ଲକ୍ଷ୍ୟ, ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟ

ଲକ୍ଷ୍ୟ:

ଓଡ଼ିଆ ଭାଷା ଏବଂ ସାହିତ୍ୟରେ ଗୁଣାତ୍ମକ ଶିକ୍ଷାପ୍ରଦାନ କରିବା ସହ ଭାଷା, ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ଓଡ଼ିଆ ବିଭାଗକୁ ଉତ୍କର୍ଷ କେନ୍ଦ୍ର ରୂପେ ଗଢି ତୋଳିବା |

ଦୃଷ୍ଟିକୋଣ:

  • ଲୋକବିଦ୍ୟା ସଂଗ୍ରହାଳୟ
  • ଓଡ଼ିଶାର ପ୍ରତିଷ୍ଠିତ ସାରସ୍ୱତ ସାଧକମାନଙ୍କୁ ନେଇ ଏକ ଫଟୋ ଗ୍ୟାଲେରୀ
  • ଉପଲବ୍ଧ ଓ ସଂଗୃହିତ ପୋଥିର ଡିଜିଟାଇଜେସନ୍‌
  • ବିରଳ ପାଣ୍ଡୁଲିପି ଏବଂ ଅନ୍ୟାନ୍ୟ ସାହିତ୍ୟ ସମ୍ବନ୍ଧୀୟ ପୁସ୍ତକ ପ୍ରକାଶନ ପାଇଁ ଏକ ପ୍ରକାଶନ ଗୃହ ପ୍ରତିଷ୍ଠା କରିବା
  • ଓଡ଼ିଶାର ଇତିହାସ ଏବଂ ସାଂସ୍କୃତିକ ଅନଟୋଲୋଜି (ପୁରାକଳ୍ପ) ଉପରେ ଏକ ୱେବ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରି ଏବଂ ଏହାକୁ ଏକ ପୁସ୍ତକ ଆକାରରେ ପ୍ରକାଶ କରିବା ସହ ଏହାକୁ ୱେବ୍ ସାଇଟ୍‌ରେ ଉପଲବ୍ଧ କରିବା
  • ସାଧାରଣ ବ୍ୟବହାର ପାଇଁ ଏକ ସାହିତ୍ୟିକ ଏନସାଇକ୍ଲୋପିଡ଼ିଆ ଏବଂ ବୈଷୟିକ ଶବ୍ଦକୋଷ ପ୍ରସ୍ତୁତ କରିବା
  • ଜନଜାତି ଓ ନୃତାତ୍ତ୍ୱିକ ଅଧ୍ୟୟନ
  • ତୁଳନାତ୍ମକ ଓ ଅନୁବାଦ ଅଧ୍ୟୟନ ଉପରେ ଗୁରୁତ୍ୱ

ଉଦ୍ଦେଶ୍ୟ:

  • ଅଧ୍ୟାୟୀଙ୍କ ଭିତରେ ସର୍ଜ୍ଜନାତ୍ମକ ବିକାଶ
  • ସାହିତ୍ୟ ମାଧ୍ୟମରେ ଜୀବିକା ନିର୍ମାଣ କୌଶଳ
  • ଗବେଷଣା ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତି
  • ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷାର ଉପଯୋଗିତା ଉପରେ ପ୍ରାଧାନ୍ୟ
  • ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର
  • ପ୍ରତିଯୋଗିତାମୂଳକ ପରୀକ୍ଷା ଉପଯୋଗୀ ଓଡ଼ିଆ ଶିକ୍ଷାଦାନ ଉପରେ ଗୁରୁତ୍ୱ
  • ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ