ଡ଼. ଅମ୍ଭରୀଶ ଶତପଥୀ

Room No.
Department of Odia

୯୬୬୮୭୧୫୫୬୩

ambarisha_satpathy@rediffmail.com

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅତିଥି ଅଧ୍ୟାପକ ରୂପେ କାର୍ଯ୍ୟରତ ଡ ଆମ୍ଭରୀଶ ଶତପଥୀ ‘ଶ୍ରୀ ଜଗନ୍ନାଥ ସଂସ୍କୃତି’ ବିଷୟରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାବିଭୂଷଣ ଉପାଧି ପ୍ରାପ୍ତ ହୋଇଛନ୍ତି । ଦୀର୍ଘ ୨୬ ବର୍ଷର  କର୍ମମୟ ଜୀବନ କାଳରେ ପ୍ରାୟ ୨୨ ବର୍ଷ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟ  ବାଣିଜ୍ୟ ପ୍ରତିଷ୍ଠାନରେ ଅତିବାହିତ କରିଥିବା ବେଳେ ଚାରି ବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ଥିଲେ ।  ବାଲେଶ୍ୱର ଆଳୟେଜ଼ ଲି, ବାଲେଶ୍ୱରରେ ସେ ଦୀର୍ଘ ୧୭ ବର୍ଷ କାର୍ଯ୍ୟ କରିଛନ୍ତି।  ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଯୋଗଦାନ କରିବା ପୂର୍ବରୁ ସେ ଓଡ଼ିଆ ଅଧ୍ୟାପକ ରୂପେ ବାଙ୍କୀ ସ୍ୱୟଂ  ଶାସିତ   ମହାବିଦ୍ୟାଳୟ ,ବାଙ୍କୀ, କଟକ ଓ ଉତ୍ତର ଓଡିଶା ବିଶ୍ଵବିଦ୍ୟଳୟ ବାରିପଦା (ସମ୍ପ୍ରତି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା)ର ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର (ଚୁକ୍ତିଭିତ୍ତିକ) ରୂପେ  କାର୍ଯ୍ୟରତ ଥିଲେ ।  ‘ଶ୍ରୀ ଜଗନ୍ନାଥ ସଂସ୍କୃତି’ ବିଷୟରେ ଦୁଇଟି ଗବେଷଣାତ୍ମକ ପୁସ୍ତକର ରଚୟିତା ଡଃ ଶତପଥୀ ଦୁଇଟି ସଂକଳିତ ପୁସ୍ତକରେ ଦୁଇଟି ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ କରିଛନ୍ତି। ତତ୍ ବ୍ୟତୀତ ଗୋଟିଏ ଆନ୍ତର୍ଜାତିକ ଓ ଗୋଟିଏ ଅନ୍ତର୍ଦେଶୀୟ ପାଠଚକ୍ରରେ ନିଜର ଗବେଷଣାତ୍ମକ ପତ୍ର ଉପସ୍ଥାପନ କରିଛନ୍ତି। ପ୍ରତିବର୍ଷ ଇଟିଭି, ଓଟିଭି,ନିଉଜ୭,ନିଉଜ୧୮, ସମାଜ, ଧରିତ୍ରୀ ଇତ୍ୟାଦି ବୈଦୁତିକ ଗଣମାଧ୍ୟମଗୁଡିକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଧାରାଵିଵରଣୀ ପ୍ରଦାନ କରିବା ସହ ପ୍ରାର୍ଥନା ଚ୍ୟାନେଲର  ‘ତର୍କେଵହୁଦୁର’ ଓ ନିଉଜ ୭ର ‘ବ୍ରେକ ଫାଷ୍ଟ ଓଡ଼ିଶା’ ଇତ୍ୟାଦି  କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ ଆଲୋଚନା ଚକ୍ରରେ ଯୋଗଦାନ କରିଛନ୍ତି ଜଣେ ଆଧ୍ୟାତ୍ମିକ ପ୍ରବକ୍ତା ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାବରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ପ୍ରବଚନ ଦେବା ସହ ‘ସମାଜ’,’ଧରିତ୍ରୀ,’ସତ୍ୟବାଦୀ’,’ଗୋକଣ୍ଣିକା’ ଇତ୍ୟାଦି ବିଭିନ୍ନ ସମ୍ବାଦପତ୍ର ଓ ପତ୍ର ପତ୍ରିକାରେ ତାଙ୍କର ଗଳ୍ପ, ଅନୁବାଦ ଗଳ୍ପ ପ୍ରବନ୍ଧ, କବିତା ଇତ୍ୟାଦି ପ୍ରକାଶିତ ହୋଇଛି।

Selected Publications