ଡ. ବାବାଜୀଚରଣ ପଟ୍ଟନାୟକ ୨୦୧୨ ମସିହାରୁ ଓଡିଆ ବିଭାଗରେ ପରିଦର୍ଶୀ ଅଧ୍ୟାପକ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ସେ ୨୦୧୦ ମସିହାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାରୁ ଅବସର ଗ୍ରହଣ କରିଛନ୍ତି । ଡକ୍ଟର ପଟ୍ଟନାୟକଙ୍କର ୩୪ବର୍ଷର ଶିକ୍ଷାଦାନ ଅଭିଜ୍ଞତା (ଉଭୟ ସ୍ନାତକ ଏବଂ ସ୍ନାତେକାତ୍ତର) ରହିଅଛି । ଏହା ବ୍ୟତୀତ ତାଙ୍କ ଅଧୀନରେ ୦୮ଜଣ ଗବେଷକ ଗବେଷଣା କରି ପିଏଚ୍.ଡି ଡିଗ୍ରୀ ଲାଭ କରିଛନ୍ତି । ଡକ୍ଟର ବାବାଜୀଚରଣ ପଟ୍ଟନାୟକ ୧୦ଗୋଟି ପୁସ୍ତକ ଏବଂ ୨୦୦ରୁ ଉର୍ଦ୍ଧ୍ୱ ଗବେଷଣା ଧର୍ମୀ ପ୍ରବନ୍ଧର ରଚୟିତା । ଡକ୍ଟର ପଟ୍ଟନାୟକ ଓଡ଼ିଆ ଭାଷା-ସାହିତ୍ୟ କ୍ଷେତ୍ରରେ ପ୍ରବନ୍ଧ, ରମ୍ୟ ରଚନା, ସ୍ତମ୍ଭଲେଖା, ଓ ସାହିତ୍ୟ ସମାଲୋଚନା ଲେଖକ ଭାବରେ ବେଶ୍ ପରିଚିତ। ଏଥିଲାଗି ସେ ଝଙ୍କାର ପୁରସ୍କାର, ଗୋଦାବରୀଶ ସାହିତ୍ୟ ସମ୍ମାନ, ଭରଦ୍ୱାଜ ଗୀତିକବି ସମ୍ମାନ ଭଳି ଅନେକ ସମ୍ମାନରେ ସମ୍ମାନିତ ଏବଂ ବହୁ ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ଏବଂ ସମ୍ମାନିତ ।
Registrar | Ravenshaw University | Cuttack – 751003 | Odisha | India
Phone : +91-6712201690 | Email : registrar[at]ravenshawuniversity[dot]ac[dot]in