ଡ. ବିଜୟଲକ୍ଷ୍ମୀ ଦାଶ

Room No.
Department of Odia

୯୦୯୦୦୭୩୩୩୩

rudrabijaylaxmi@gamil.com

ଡ.ବିଜୟଲକ୍ଷ୍ମୀ, ୨୦୧୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରଫେସର ବୈଷ୍ଣବ ଚରଣ ସାମଲ (ବିଶ୍ୱଭାରତୀ, ଶାନ୍ତିନିକେତନ)ଙ୍କ ତତ୍ତ୍ୱାବଧାନରେ “ଆଧୁନିକ ଓଡ଼ିଆ କବିତାରେ ପ୍ରଗତିବାଦୀ ଚେତନା”ବିଷୟରେ ଗବେଷଣା କରି କଳାବିଭୂଷଣ (ପିଏଚ୍‌.ଡ଼ି.) ଡିଗ୍ରୀ ପ୍ରାପ୍ତ । ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୧୫ ବର୍ଷର ଅଭିଜ୍ଞତା ତାଙ୍କର ରହିଛି । ସେ ଆଧୁନିକ ସାହିତ୍ୟ ବିଶେଷକରି ଆଧୁନିକ ଗଦ୍ୟ, ପ୍ରବନ୍ଧ, ଗଳ୍ପ, କବିତା, ସାହିତ୍ୟ ତତ୍ତ୍ୱ ଓ ଲୋକସାହିତ୍ୟ ସାଙ୍ଗକୁ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ କ୍ଷେତ୍ରରେ ଶିକ୍ଷାଦାନ କରନ୍ତି ।ବିଜୟଲକ୍ଷ୍ମୀ ପ୍ରକଳ୍ପ ଅନ୍ୱେଷକ ଭାବେ “ଇଲୋକ୍‌ଟ୍ରୋନିକ୍‌ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରାଳୟ”ର ଆର୍ଥିକ ଅନୁଦାନରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରୀଶନାଥ ଝାଙ୍କ ସହ ବନ୍ଧନରେ “ଇଣ୍ଡିଆନ୍ ଲାଙ୍ଗୁଏଜ୍ କର୍‌ପୋରା ଇନିସିଏଟିଭ୍‌” ଫେଜ୍ ୧ ଏବଂ ଫେଜ୍ ୨ ପ୍ରକଳ୍ପ କାର୍ଯ୍ୟ ସୁଚାରୂରୂପେ ସମ୍ପାଦନ କରିଛନ୍ତି ।

ବିଜୟଲକ୍ଷ୍ମୀଙ୍କର ଆନ୍ତର୍ଜାତିକ ଗବେଷଣାଧର୍ମୀ ପତ୍ରିକାରେ ୧୭ଗୋଟି, ଓଡ଼ିଆ ପତ୍ରିକାରେ ୧୪ଟି ଗବେଷଣାଧର୍ମୀ ସମାଲୋଚନା ପ୍ରକାଶିତ । ତତ୍‌ସହିତ ବିଜୟଲକ୍ଷ୍ମୀଙ୍କର ୩ଗୋଟି ସମାଲୋଚନା ପୁସ୍ତକ, ୯ଟି ସଂପାଦିତ ପୁସ୍ତକ, ୮ଟି ସଂପାଦିତ ପୁସ୍ତକରେ ବ୍ୟକ୍ତିଗତ ଅଧ୍ୟାୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ନିମନ୍ତେ ୫ଟି ପାଠ୍ୟପୁସ୍ତକ, ଗୋଟିଏ ପ୍ରବନ୍ଧ ସଂକଳନ ଏବଂ ୫ଟି ସାହିତ୍ୟ ବହିର ସମୀକ୍ଷକ ଭାବେ ନିଜର କାର୍ଯ୍ୟ ସୁଚାରୂରୂପେ ସଂପାଦନ କରିଛନ୍ତି । ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ୫୬ଟି ସେମିନାର୍ (ସମ୍ପାନ), ୧୦ଟି କର୍ମଶାଳା, ଗୋଟିଏ ପୋଷ୍ଟର ଉପସ୍ଥାପନ, ୧୩ଟି ୱେବିନାର୍ ଏବଂ ୬ଥର ଆକାଶବାଣୀ କଟକ କେନ୍ଦ୍ରରେ ବିଷୟ ବିଶେଷଜ୍ଞ ଭାବରେ ନିଜର ଗବେଷଣାଧର୍ମୀ ପ୍ରବନ୍ଧ ଓ ବକ୍ତବ୍ୟ ଉପସ୍ଥାପନ କରିଛନ୍ତି । ସଂପ୍ରତି ଆଧୁନିକ ସାହିତ୍ୟରେ ସବିଶେଷ ଅଧ୍ୟୟନ ଓ ଗବେଷଣା କରିବା ସହିତ ସେ “ସେଣ୍ଟର୍ ଫର୍ ଡିଜିଟାଲ୍ ହ୍ୟୁମାନିଟିଜ୍ ଓ ଟ୍ରାନ୍‌ସ୍‌ଲେସନ୍ ଷ୍ଟଡ଼ିଜ୍‌”, ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ସଂସ୍ଥାନ ଓ ବିଶ୍ୱବ୍ୟାଙ୍କ ଅନୁଦାନପ୍ରାପ୍ତ ପ୍ରକଳ୍ପ ସାରଳା ମହାଭାରତର ଶୁଦ୍ଧ ସଂପାଦନା ସାଙ୍ଗକୁ ତାଳପତ୍ର ପୋଥି ଡିଜିଟାଲଜେସନ୍ ଓ ପାଠୋଦ୍ଧାର କାର୍ଯ୍ୟରେ ସହ-ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି ।ଏହା ବ୍ୟତୀତ ସେ ଅତୀତରେ ଦୟା ଓ ପରିଜା ଛାତ୍ରୀ ନିବାସର ତତ୍ତ୍ୱାବଧାରିକା ଭାବେ କାର୍ଯ୍ୟ କରିଛନ୍ତି । ଓଡ଼ିଆ ବିଭାଗର ସଂଯୋଜକ ଭାବେ ଦୁଇଥର ଦାୟିତ୍ୱ ନିର୍ବାହ କରିଛନ୍ତି । ବର୍ତ୍ତମାନ ସେ ସହ-ଅଧ୍ୟକ୍ଷା ଛାତ୍ର ମଙ୍ଗଳ ଏବଂ ପ୍ରୋକ୍ଟର କମିଟିର ସଦସ୍ୟା ଭାବେ କାର୍ଯ୍ୟ କରୁଛନ୍ତି।

Selected Publications