ପ୍ରଫେସର ବିଜୟ କୁମାର ଶତପଥୀ

Room No.
Department of Odia

୮୯୧୭୩୨୦୩୬୨

drbojoysatpathy@gmail.com

ପ୍ରଫେସର ବିଜୟ କୁମାର ଶତପଥୀ ୨୦୧୪ ମସିହାରୁ ଓଡିଆ ବିଭାଗରେ ପରିଦର୍ଶୀ ଅଧ୍ୟାପକ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ସେ ୨୦୧୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାରରୁ  ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର ଭାବରେ ଅବସର ନେଇଛନ୍ତି। ଭାଷା ବିଜ୍ଞାନ ଏବଂ ଆଧୁନିକ ସାହିତ୍ୟ କ୍ଷେତ୍ରରେ ତାଙ୍କର ୨୫ ବର୍ଷରୁ ଉର୍ଦ୍ଧ୍ୱ ଗବେଷଣା ଏବଂ ୨୭ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି (ଉଭୟ ସ୍ନାତକ, ସ୍ନାତକୋତ୍ତର ଏବଂ କଳା ଭୂଷଣରେ) | ତାଙ୍କର ୧୦ ଟି ସମାଲୋଚନା ପୁସ୍ତକ, ୨୪ ଟି ନାଟକ ପୁସ୍ତକ, ୧୪ ଟି ସମ୍ପାଦିତ ପୁସ୍ତକ ଏବଂ ୧୦୦ ରୁ ଅଧିକ ଗବେଷଣାଧର୍ମୀ ପ୍ରବନ୍ଧ ବିଭିନ୍ନ ପ୍ରତ୍ର ପତ୍ରିକାରେ ପ୍ରକାଶିତ ହୋଇଛି। ପ୍ରଫେସର ଶତପଥୀଙ୍କ ଅଧୀନରେ ଗବେଷଣା କରି ୩୨ ଜଣ କଳା ବିଭୂଷଣ (ପି ଏଚ୍‌.ଡ଼ି) ଏବଂ ୩୦ ଜଣ କଳାଭୂଷଣ (ଏମ୍‌ଫିଲ୍‌) ଡିଗ୍ରୀଲାଭ କରିଛନ୍ତି । ପ୍ରଫେସର ବିଜୟକ କୁମାର ଶତପଥୀ ୨୦୧୧ ମସିହାରେ ସମ୍ମାନଜନକ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ମାନବ ସମ୍ୱଳ ବିଭାଗ, ଭାରତ ସରକାରଙ୍କ ତରଫରୁ  ଫେଲୋସିପ୍‌ ମଧ୍ୟ ପ୍ରାପ୍ତ ହୋଇଛନ୍ତି  ଏହାଛଡ଼ା ଅନ୍ୟାନ୍ୟ ସଂଗଠନ ଗୁଡ଼ିକ ତରଫରୁ ପ୍ରାୟ ୪୦ରୁ ଅଧିକ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି।

Selected Publications