ଜ୍ଞାନୀ ଦେବାଶିଷ ମିଶ୍ର

Room No.
Department of Odia

୯୭୭୮୩୩୦୭୫୭, ୬୩୭୨୨୯୨୪୮୧

jd05mishra@gmail.com

ନୟାଗଡ଼ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତି ପରେ ଜ୍ଞାନୀଦେବାଶିଷମିଶ୍ର ୨୦୦୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ,  ବାଣୀବିହାରରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରନ୍ତି। ୨୦୧୫ ମସିହାରେ ‘୧୯୭୫ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସ (ତୁଳନାତ୍ମକ ଅଧ୍ୟୟନ’) ସଂକ୍ରାନ୍ତରେ ଗବେଷଣା କରି ବିଶ୍ୱଭାରତୀ, ଶାନ୍ତିନିକେତନ, ପଶ୍ଚିମବଙ୍ଗରୁ କଳାବିଭୂଷଣ (ପିଏଚ୍.ଡି.) ଉପାଧି ଲାଭକରନ୍ତି। ଏହା ପୂର୍ବରୁ ୨୦୦୭ ମସିହାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଜାତୀୟ ଯୋଗ୍ୟତା ନିର୍ଣ୍ଣୟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଜେ.ଆର୍.ଏଫ୍. ଏବଂ ‘ଓଡ଼ିଆ ଓ ହିନ୍ଦୀ ନାଟକର ତୁଳନାତ୍ମକ ଅଧ୍ୟୟନ’ ବିଷୟରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରୁ କଳାଭୂଷଣ ଉପାଧି (୨୦୦୯) ଲାଭକରନ୍ତି। ସେହି ସମୟରେ ଅଳ୍ପ ସମୟ ଅବଧି ପାଇଁ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ସାମୟିକ ଉଦ୍‌ଘୋଷକ ଭାବରେ କାର୍ଯ୍ୟ କରିବା ସହିତ ବିଭିନ୍ନ ସାହିତ୍ୟ ପତ୍ରିକାର ସଂପାଦନା ସହିତ ଜଡ଼ିତ ହୁଅନ୍ତି। ୨୦୧୩ ମସିହାରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପକଭାବେ ଯୋଗ ଦିଅନ୍ତି।

ଜ୍ଞାନୀ ଦେବାଶିଷ ନିଜ ଛାତ୍ର ଜୀବନରୁ ହିଁ ଲେଖାଲେଖି ସହିତ ଜଡ଼ିତ। ତାଙ୍କ ଲିଖିତ କବିତା, ପ୍ରବନ୍ଧ, ଫିଚର୍‌ ଆଦି ବିଭିନ୍ନ ପ୍ରତ୍ରପତ୍ରିକାରେ ପ୍ରକାଶିତ। ଅଦ୍ୟାବଧି ତାଙ୍କର ଦୁଇଟି ସମାଲୋଚନା ପୁସ୍ତକ ଏବଂ ତିନିଗୋଟି ସମ୍ପାଦିତ ପୁସ୍ତକ ପ୍ରକାଶିତ। ଜଣେ କବି ଭାବରେ ସେ ସ୍ୱୀକୃତ। ତାଙ୍କର ଚାରୋଟି କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇସାରିଛି। ୨୦୧୬ ମସିହାରେ କବିତା ପୁସ୍ତକ ‘ଦାଗ’ ପାଇଁ ସେ ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଲାଭକରନ୍ତି। ତାଙ୍କ ଦ୍ୱାରା ଆକାଶବାଣୀ, କଟକ ପାଇଁ ରଚିତ ସଂଗୀତରୂପକ ମଧ୍ୟରୁ ଦୁଇଟି କାର୍ଯ୍ୟକ୍ରମ ପ୍ରସାରଭାରତୀ, ନୂଆଦିଲ୍ଲୀ ଦ୍ୱାରା ସାର୍ଟିଫିକେଟ୍ ଅଫ୍‌ ମେରିଟ୍‌  ପାଇବା ସହିତ ଗୋଟିଏ ପ୍ରସ୍ତୁତି ଆକାଶବାଣୀ ସର୍ବଭାରତୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ସଂଗୀତରୂପକ ଭାବରେ ପ୍ରସାରଭାରତୀ, ନୂଆଦିଲ୍ଲୀ ଦ୍ୱାରା ସମ୍ମାନିତ ହୋଇଅଛି। ସେହିପରି ୧୩ତମ ଆନ୍ତର୍ଜାତୀୟ ରେଡିଓ କର୍ମଶାଳା, ଇରାନ ଦ୍ୱାରା ପ୍ରଥମ ସ୍ଥାନ ଅଧିକାରପୂର୍ବକ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ସଂଗୀତରୂପକ “ସାଇତି ରଖିବା ଆମେ ମେଘର ମୂର୍ଚ୍ଛନା”ର ମଧ୍ୟ ସେ ରଚୟିତା। ଆକାଶବାଣୀ ଓ ଟେଲିଭିଜନ୍‌ର ବିଭିନ୍ନ କାର୍ଯ୍ୟକ୍ରମ ସହ ମଧ୍ୟ ସେ ସଂପୃକ୍ତ। ଏପର୍ଯ୍ୟନ୍ତ ତାଙ୍କର ୬୦ରୁ ଉର୍ଦ୍ଧ୍ୱ ଗବେଷଣା ଭିତ୍ତିକ ପ୍ରବନ୍ଧ ବିଭିନ୍ନ ସାହିତ୍ୟ ପତ୍ରିକା ତଥା ସଂକଳନଗୁଡ଼ିକରେ ପ୍ରକାଶ ପାଇଛି। ସାତଟି ଅଧ୍ୟାପକ ଦକ୍ଷତାବର୍ଦ୍ଧକ କାର୍ଯ୍ୟକ୍ରମ, ଓରିଏଣ୍ଟେସନ, ରିଫ୍ରେସର କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା:-  ନାଟକ, କଥାସାହିତ୍ୟ, ଆଧୁନିକସାହିତ୍ୟ ଏବଂ ତୁଳନାତ୍ମକସାହିତ୍ୟକ୍ଷେତ୍ରରେ ତାଙ୍କର ଗବେଷଣା ଓ ଅନୁସନ୍ଧିତ୍ସା ଜାରିରହିଛି। ବିଭିନ୍ନରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ପାନ ଓ କର୍ମଶାଳାଗୁଡ଼ିକରେ ଯୋଗଦେଇ ଅଦ୍ୟାବଧି ସେ ୬୦ରୁ ଉର୍ଦ୍ଧ୍ୱ ଗବେଷଣା ପ୍ରବନ୍ଧ ଉପସ୍ଥାପନ କରିଛନ୍ତି।

Selected Publications