ଡ. ରାଜା କୁମାର ନାଏକ

Room No.
Department of Odia

୯୬୯୨୧୭୧୧୫୨

rajakumar.naik@gmail.com

ଡ. ରାଜା କୁମାର ନାଏକ ୨୦୦୦ମସିହାରେ କରଂଜିଆ ମହାବିଦ୍ୟାଳୟରୁ  ସ୍ନାତକ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରୁ ୨୦୦୨ ମସିହାରେ ସ୍ନାତକୋତ୍ତର ଏବଂ ୨୦୦୩ ମସିହାରେ କଳାବିଭୂଷଣ ଶିକ୍ଷା ସମାପ୍ତ  କରିଛନ୍ତି ।୨୦୦୮ ମସିହାରେ (CIIL) ଅର୍ନ୍ତଗତ ଗୌହାଟୀ ସ୍ଥିତ ଉତ୍ତର-ପୂର୍ବ ଆଞ୍ଚଳିକ ଭାଷା କେନ୍ଦ୍ର(NERLC)ରୁ ନେପାଳୀ ଭାଷାରେ ଡିପ୍ଲୋମା ଶିକ୍ଷା ଶେଷ କରିଛନ୍ତି  । ଏହା ପରେ ସେ ୨୦୦୮ ରୁ ୨୦୧୦ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ(CIIL), ମହୀଶୂର ଠାରେ ବରିଷ୍ଠ ଗବେଷଣା ସହାୟକ ଭାବେ ଓଡ଼ିଆ ଭାଷା କ୍ଷେତ୍ରରେ ପାର୍ଟ ଅଫ୍‌ ସ୍ପିଚ୍‌, ଫନେଟିକାଲ୍‌ ବାଲାନ୍ସ, ମର୍ଫୋଲୋଜିକାଲ୍ ଆନାଲାଇଜର୍‌ର କାର୍ଯ୍ୟ କରିଛନ୍ତି । ଡକ୍ଟର ନାଏକ ୨୦୧୭ ମସିହାରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଅଧୀନରେ ଡକ୍ଟର ପ୍ରେମାନନ୍ଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ‘କହ୍ନେଇଲାଲ ଦାସଙ୍କ ଗଳ୍ପରେ ନିଃସଙ୍ଗତାବୋଧ’ ବିଷୟରେ ଗବେଷଣା କରି କଳାବିଭୂଷଣ (ପିଏଚ୍‌.ଡି) ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି । ୨୦୧୦ ମସିହାରୁ ଡକ୍ଟର ନାଏକ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ସହକାରୀ ଅଧ୍ୟପାକ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର ୧୦ ବର୍ଷର ଶିକ୍ଷାଦାନ ସହ ଗବେଷଣାର ଅଭିଜ୍ଞତା ରହିଛି। ସେ ଭାଷା ବିଜ୍ଞାନ,ଲୋକସିହିତ୍ୟ,ନାଟ୍ୟସାହିତ୍ୟ,ମଧ୍ୟୟୁଗୀୟ ସାହିତ୍ୟ, ଧର୍ମସାହିତ୍ୟ ସହିତ ଓଡ଼ିଆ କଥା ସାହିତ୍ୟ ଏବଂ କମ୍ପ୍ୟୁଟରରେ ଓଡ଼ିଆ ଭାଷାର ବ୍ୟବହାର କ୍ଷେତ୍ରରେ ଶିକ୍ଷାଦାନ କରନ୍ତି । 

ବିଭିନ୍ନ ଓଡିଆ ପତ୍ରିକା ଓ ସଂକଳନରେ ତାଙ୍କର କୋଡ଼ିଏରୁ ଅଧିକ ଗବେଷଣାଧର୍ମୀ ପ୍ରବନ୍ଧ ପ୍ରକାଶିତ ହେବା ସହ  ଦୁଇଟି ସମାଲୋଚନା ପୁସ୍ତକ ଏବଂ ଗୋଟିଏ ସମ୍ପାଦିତ ପୁସ୍ତକ ରହିଅଛି | ସେ ବିଭିନ୍ନ ରାଜ୍ୟ,ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ପାନ ଓ କର୍ମଶାଳାଗୁଡ଼ିକରେ ଯୋଗଦେଇ ଅଦ୍ୟାବଧି ପ୍ରାୟ ତିରିଶରୁ ଉର୍ଦ୍ଧ୍ୱ ଗବେଷଣାଧର୍ମୀ ପ୍ରବନ୍ଧ ଉପସ୍ଥାପନ କରିଛନ୍ତି।ପାଞ୍ଚଟି ଅଧ୍ୟାପକ ଦକ୍ଷତାବର୍ଦ୍ଧକ କାର୍ଯ୍ୟକ୍ରମ, ଅରିଏଣ୍ଟେସନ, ରିଫ୍ରେସର କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି।  ଓଡ଼ିଆ କଥା ସାହିତ୍ୟ ଓ ଆଦିବାସୀ ଭାଷା ସାହିତ୍ୟ ଓ ସଂସ୍କୃତି ଅଧ୍ୟୟନ ଉପରେ ତାଙ୍କର ଗବେଷଣା ଏବଂ ଅନୁସନ୍ଦିତ୍ସା ଜାରି ରହିଛି ।

Selected Publications