ପ୍ରଫେସର୍‌ ଗିରୀଶ ଚନ୍ଦ୍ର ମିଶ୍ର

Room No.
Department of Odia

Phone

Email

ପ୍ରଫେସର୍‌ ମିଶ୍ରଙ୍କ ଜନ୍ମ ୧୯୫୨ ମସିହା। ସେ ୧୯୭୩ ମସିହାରେ ପ୍ରଥମ ଶ୍ରେଣୀରେ ରେଭେନ୍‌ସା କଲେଜରୁ ଓଡ଼ିଆରେ ଏମ୍‌.ଏ. ପାଶ୍‌ କରିଥିଲେ।  ଭାଷାତତ୍ତ୍ୱ ତାଙ୍କର ବିଶେଷ ପତ୍ର ଥିଲା। ସେ ଆଧୁନିକ ଓଡ଼ିଆ କବିତା ଉପରେ ଗବେଷଣା କରି ୧୯୮୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ୍‌. ଉପାଧି ଲାଭ କରିଥିଲେ। ୧୯୭୪ ମସିହାରେ ସେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗ ଦେଇ ୧୯୭୬ ମସିହାରେ ଓ.ପି.ଏସ୍‌.ସି ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ଭଦ୍ରକ କଲେଜ(୧୯୭୬-୭୮), ରେଭେନ୍‌ସା କଲେଜ(୧୯୭୮-୧୯୯୦), ଜେ.କେ.ବି.କେ କଲେଜ(୧୯୯୧-୯୫), ଓ ପୁନଶ୍ଚ ରେଭେନ୍‌ସା କଲେଜ/ବିଶ୍ୱବିଦ୍ୟାଳୟ(୧୯୯୫-୨୦୦୮)ରେ ଅଧ୍ୟାପନା କରି ୨୦୦୮ ମସିହାରେ ପୁନଶ୍ଚ ଓ.ପି.ଏସ୍‌.ସି ଦ୍ୱାରା ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ପ୍ରାଶାସନିକ ସେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ। ସରକାରୀ କଲେଜରେ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇ ୨୦୧୦ ମସିହାରେ ଅବସର ଗ୍ରହଣ କରିଥିଲେ। ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟରେ ତାଙ୍କର ଅବଦାନ ଫଳରେ ସେ ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ନବସ୍ଥାପିତ ‘ଲାଙ୍ଗୁଏଜ୍‌ ଟେକ୍ନଲୋଜି ସେଣ୍ଟର୍‌’ର ନିର୍ଦ୍ଦେଶକ ଭାବରେ ପୁନଃ ଅବସ୍ଥାପିତ ହେବା ସହ ଓଡ଼ିଆ ବିଭାଗର ମୁଖ୍ୟ ଭାବେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ଏହାପରେ ମଧ୍ୟ ସେ ଭିଜିଟିଂ ପ୍ରଫେସର ଭାବେ ୨୦୧୩ ରୁ ୨୦୧୪ ଯାଏ ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ମାଇକ୍ରୋସଫ୍ଟ୍‌ର ଏକ ଲାଙ୍ଗୁଏଜ୍‌ ଟେକ୍ନଲୋଜି ସଂପର୍କୀୟ ପ୍ରକଳ୍ପରେ କାର୍ଯ୍ୟ କରିବା ପାଇଁ ଆମେରିକା ଯାଇଥିଲେ।

 ସମ୍ପ୍ରତି ୨୦୨୧ ଜାନୁଆରୀରୁ ସେ ପୁନଶ୍ଚ ଭିଜିଟିଂ ଫାକଳ୍ଟି ଭାବରେ ରେଭେନ୍‌ସା ଓଡ଼ିଆ ବିଭାଗରେ କାର୍ଯ୍ୟରତ।

Selected Publications