ଡ. ରୁଦ୍ର ପ୍ରସାଦ ମିଶ୍ର

Room No.
Department of Odia

+୯୧-୯୭୭୮୯୫୧୪୧୮

rudrabindas2009@gmail.com

ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକରୁ ସ୍ନାତକ ଶିକ୍ଷା ସମାପ୍ତି ପରେ ରୁଦ୍ର ପ୍ରସାଦ ମିଶ୍ର ୨୦୦୭ ମସିହାରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ, କଟକରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରନ୍ତି । ୨୦୧୩ ମସିହାରେ ପ୍ରଫେସର୍‌ ଗିରୀଶଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ  ‘କମ୍ପ୍ୟୁଟରରେ ଇଂରାଜୀ-ଓଡ଼ିଆ ଲିପ୍ୟନ୍ତରଣ’ ସଂକ୍ରାନ୍ତରେ ଗବେଷଣା କରି ରେଭେନ୍‌ସା ବିଶ୍ୱବିଦ୍ୟାଳୟରୁ କଳାବିଭୂଷଣ (ପିଏଚ୍.ଡି.) ଉପାଧି ଲାଭକରିବା ସହ ପୂର୍ବାଞ୍ଚଳିକ ଭାଷା କେନ୍ଦ୍ର, ଭୁବନେଶ୍ୱରରୁ ମୈଥିଳୀ ଭାଷାରେ ଡିପ୍ଲୋମା ମଧ୍ୟ କରିଛନ୍ତି । ସମ୍ପ୍ରତି ସେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ, ତାଙ୍କର ୮ ବର୍ଷର ଶିକ୍ଷାଦାନ ଓ ଗବେଷଣାର ଅଭିଜ୍ଞତା ମଧ୍ୟ ରହିଅଛି । 

ଓଡ଼ିଆ ଭାଷାରେ କମ୍ପ୍ୟୁଟରୀ କରଣ କରିବା ପ୍ରକ୍ରିୟା  ସଂକ୍ରାନ୍ତରେ ତାଙ୍କର ଗବେଷଣା ଏବଂ ଅନୁସନ୍ଦିତ୍ସା ଜାରି ରହିଛି । ମାଇକ୍ରୋସଫ୍ଟ ଦ୍ୱାରା ହୋଇଥିବା Visual Studia Odia Clip project and Odia Caption Language Interface Pack for Visual Studio 2010, ରେ ସେ ମଧ୍ୟ ଏକ ଅଂଶ ଭାବେ କାର୍ଯ୍ୟ କରିଛନ୍ତି । ବିଭିନ୍ନ ଓଡିଆ ପତ୍ରିକାରେ ତାଙ୍କର ଗବେଷଣା ଧର୍ମୀ ପ୍ରବନ୍ଧ ପ୍ରକାଶିତ ହେବା ସହ  ଗୋଟିଏ ପୁସ୍ତକ ମଧ୍ୟ ରହିଅଛି | ସେ ବିଭିନ୍ନ ସଂପାନ ଏବଂ କର୍ମଶାଳାରେ ପ୍ରାୟ ୧୨ଟିରୁ ଉର୍ଦ୍ଧ୍ୱ ଗବେଷଣାଧର୍ମୀ ପ୍ରବନ୍ଧ ଉପସ୍ଥାପନ କରିଛନ୍ତି, ଏହା ଛଡ଼ା ଗୋଟିଏ ଅଧ୍ୟାପକ ଦକ୍ଷତା କାର୍ଯ୍ୟକ୍ରମ, ୨ ଟି କର୍ମଶାଳା, ଏବଂ ୧୦ଗୋଟି ସମ୍ପାନରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ।

Selected Publications

  1. ମିଶ୍ର, ରୁଦ୍ର ପ୍ରସାଦ ; ରୁଦ୍ରସୁଧାନିଧିରେ ଶୈଳୀ ବିଚାର; ୨୦୧୪; ସହଯୋଗୀ, ଆର୍‌ଏନ୍‌ଆଇ-ରେ.ନଂ-୬୮୧୯୪/୯୭
  2. ମିଶ୍ର, ରୁଦ୍ର ପ୍ରସାଦ ;ଔପନ୍ୟାସିକା ପ୍ରତିଭା ରାୟଙ୍କ ଶିଳାପଦ୍ମ ଏକ ବିଚାର ବିମର୍ଷ; ୨୦୧୨, ସାହିତ୍ୟ ଗଙ୍ଗା
  3. ମିଶ୍ର, ରୁଦ୍ର ପ୍ରସାଦ ; ଓଡ଼ିଆ ଭାଗବତରେ ଗୁରୁତତ୍ତ୍ୱ; ସହଯୋଗୀ; ୨୦୧୬, ଆଇଏସ୍‌ଏସ୍‌ଏନ୍‌-୨୫-୨୦୧୫-୧୭
  4. ମିଶ୍ର, ରୁଦ୍ର ପ୍ରସାଦ; କମ୍ପ୍ୟୁଟରରେ ଓଡ଼ିଆ ଭାଷାର ବ୍ୟବହାର କ୍ରମରେ ଇଂରାଜୀ-ଓଡ଼ିଆ ଲିପ୍ୟନ୍ତରଣ : ଏକ ଚୁମ୍ୱକୀୟ ବିଶ୍ଲେଷଣ; ସହଯୋଗୀ, ୨୦୧୭; ଆଇଏସ୍‌ଏସ୍‌ଏନ୍‌-୨୫-୨୦୧୫-୧୭
  5. ମିଶ୍ର, ରୁଦ୍ର ପ୍ରସାଦ; କମ୍ପ୍ୟୁଟରରେ ଓଡ଼ିଆ ଭାଷାର ବ୍ୟବହାର କ୍ରମରେ ଇଂରାଜୀ-ଓଡ଼ିଆ ଲିପ୍ୟନ୍ତରଣ, ୨୦୧୯, ପ୍ରତ୍ୟେୟ – ଇ-ଆଇଏସ୍‌ଏସ୍‌ଏନ୍‌-୨୪୫୬-୯୧୯୪